ଭୁବନେଶ୍ୱର- ଆସନ୍ତାକାଲି ରାଜ୍ୟକୁ ଆସିବ ଓମିସିୟୋର କିଟ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣୁଛି ଓଡିଶା । ଓମିକ୍ରନ ଭାରିଆଂଟ ଟିହ୍ନଟରେ ସହାୟକ ହେବ ଓମିସିୟୋର କିଟ୍ । ରାଜ୍ୟ ସରକାର ୫ ଲକ୍ଷ ଓମିସିୟୋର କିଟ୍ ଅର୍ଡର କରିଥିଲେ । ଟାଟା ମେଡିକାଲ୍ ଆଣ୍ଡ୍ ଡାଏଗ୍ନୋଷ୍ଟିକ ଲିମିଟେଡ୍ ( ଟାଟାଏମଡି) ଓ ଆଇସିଏମଆର ମିଳିତ ସହଯୋଗରେ ଓମିସିୟୋର ଆରଟି-ପିସିଆର କିଟ୍ ବିକଶିତ କରାଯାଇଛି । ଏହି କିଟ ବଳରେ ଜିନମ ସିକ୍ୟୁଏନସିଂ ବିନା ଓମିକ୍ରନ ଭାରିଆଂଟ ଚିହ୍ନଟ ହୋଇପାରିବ ।ଏଭଳି କିଟ୍ ଅର୍ଡର କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇଛି ।