ଭକ୍ତକବି ମଧୁସୂଦନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି | News Room Odisha

ଭକ୍ତକବି ମଧୁସୂଦନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି ମହାନ ସାରସ୍ୱତ ସାଧକ ତଥା ଛବିଳ ବର୍ଣ୍ଣବୋଧର ରଚୟିତା ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ । ଏହି ଅବସରରେ ଭକ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷା, ସାହିତ୍ୟର ସୁରକ୍ଷାରେ ବହୁମୂଲ୍ୟ ଯୋଗଦାନ ସହ ଜଣେ ଆଦର୍ଶ ଶିକ୍ଷକ, କବି ଓ ସମାଜ ସଂସ୍କାରକ ଭାବେ ଭକ୍ତ କବିଙ୍କ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।