ରାଜ୍ୟରେ କୋରୋନା ସଂକ୍ରମଣର ସମାନ୍ତରାଳ ସ୍ଥିତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ରାଜ୍ୟରେ କୋରୋନା ସଂକ୍ରମଣର ସମାନ୍ତରାଳ ସ୍ଥିତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନ ହେବ କୋରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି । ତେଣୁ କିଛି ସ୍ଥାନରେ ଆର୍ ଭାଲ୍ୟୁ ଅଧିକ ରହିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ, ଏଥିପାଇଁ ଭୟର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ ପୁଣି କହିଛନ୍ତି ଯେ, ସାମାନ୍ୟ ଲକ୍ଷଣ ଆସିଲେ ହିଁ ଟେଷ୍ଟ କରିବା ଉଚିତ । ଟେଷ୍ଟିଂ କ୍ରାଇଟୋରିଆକୁ ମାନି କେତେ ଟେଷ୍ଟିଂ ବଢା ଯାଇପାରିବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ବିଚାରବିମର୍ଷ କରୁଛି । ବର୍ତ୍ତମାନ ରାଜ୍ୟରେ ଲକଡାଉନ କି ସଟଡାଉନ ସ୍ଥିତିର ଆବଶ୍ୟତକତା ଦେଖାଯାଉ ନାହିଁ ।