ବ୍ରହ୍ମୋସ ମିସାଇଲ ଅପଡେଟେଡ୍ ଭର୍ସନର ସଫଳ ପରୀକ୍ଷଣ, ଡିଆରଡିଓକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ବ୍ରହ୍ମୋସ ମିସାଇଲ ଅପଡେଟେଡ୍ ଭର୍ସନର ସଫଳ ପରୀକ୍ଷଣ, ଡିଆରଡିଓକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର- ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ଏକ ଅପଡେଟେଡ୍ ଭର୍ସନର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମିସାଇଲର ପରୀକ୍ଷଣ ଆଜି ସକାଳ ୧୦ଟା ୪୦ ମିନିଟରେ କରାଯାଇଥିଲା । ଏହି ମିସାଇଲରେ ଲାଇଫ ଏକ୍ସଟେନସନ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କରାଯାଇଛି । ପୂର୍ବରୁ ଲକ୍ଷ୍ୟ ଭେଦ କ୍ଷମତା ୨୯୦ କିଲୋମିଟର ଥିବା ବେଳେ ବର୍ତ୍ତମାନ ଏହା ୪ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ମିସାଇଲର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଉନ୍ନୟନ ଗବେଷଣା ସଂଗଠନ-ଡିଆରଡିଓକପ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।