ରାୟଗଡା-କଲ୍ୟାଣସିଂହପୁର ବ୍ଲକ୍ ବୁଡାଗୁଡା ଗାଁରେ ମାଓବାଦୀଙ୍କ ଉତ୍ପାତ । ଗାଁରେ ଥିବା ଏକ ଘରୋଇ ଠିକା କଂପାନୀ କ୍ୟାମ୍ପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି । ରାସ୍ତା ନିର୍ମାଣ ପାଇଁ ଥିବା ଗୋଟିଏ ଟ୍ରଲି ଓ ଟ୍ରକ୍ ସମେତ ଆଉ କିଛି ଜିନିଷପତ୍ର ପୋଡି ଦେଇଛନ୍ତି ମାଓବାଦୀ । କ୍ୟାମ୍ପଗେଟ୍ରେ ମାଓବାଦୀମାନେ ଏକ ପୋଷ୍ଟର ଲଗାଇଛନ୍ତି । ସେଥିରେ ସିପିଆଇ (ମାଓବାଦୀ ) ଲେଖାଯାଇଛି । ୨୦ରୁ ଅଧିକ ମାଓବାଦୀ ଆସି ଏଭଳି କାଣ୍ଡ ଘଟାଇଛନ୍ତି ।