ବସ୍- କୋଇଲା ବୋଝେଇ ଟ୍ରକ ଧକ୍କା, ୬ ମୃତ ଓ ୨୦ ଗୁରୁତର | News Room Odisha

ବସ୍- କୋଇଲା ବୋଝେଇ ଟ୍ରକ ଧକ୍କା, ୬ ମୃତ ଓ ୨୦ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଦେଇ ଲମ୍ବିଥିବା ଜାତୀୟ ରାଜପଥ-୧୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପ୍ରାୟ ୨୦ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ବରରୁ ଭୁବନେଶ୍ବର ଯାଉଥିବା ଏକ ବସ୍ ବିଦୁ ଗ୍ରାମ ନିକଟରେ ଅଟକି ଥିବା ବେଳେ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଅତି ଦ୍ରୁତ ଗତିରେ ଆସି ବସ୍ ଓ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ୫ ଜଣଙ୍କ ଘଟଣାସ୍ଥଳରେ ଓ ଜଣଙ୍କର ସୋର ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି। ଟକ୍କର ଏତେ ଜୋରରେ ହୋଇଥିଲା ଯେ ଉଭୟ ବସ୍ ଓ ଟ୍ରକ ରାସ୍ତା କଡ଼ ୧୦ ଫୁଟ ତଳକୁ ଓଲଟି ପଡ଼ିଥିଲା। ଗୁରୁତର ଓ ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।