ଭୁବନେଶ୍ୱର ଓ ୫ ଜିଲ୍ଲାରେ ଆର୍ଟ ଗ୍ୟାଲେରୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଭୁବନେଶ୍ୱର ଓ ୫ ଜିଲ୍ଲାରେ ଆର୍ଟ ଗ୍ୟାଲେରୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଓଡିଶାର କଳାପ୍ରେମୀଙ୍କ ପାଇଁ ଖୁସି ଖବର । ଆଜି ଲୋକାର୍ପଣ ହେବ ୬ଟି ନୂଆ ଆର୍ଟ ଗ୍ୟାଲେରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଟି ଆର୍ଟ ଗ୍ୟାଲେରୀର ଲୋକାର୍ପଣ କରିବେ । ଓଡିଶାର କଳା ଓ ସଂସ୍କୃତିର ସୁରକ୍ଷା ସହ ଏହାର ଗରିମାକୁ ସୁଦୂରପ୍ରସାରୀ କରିବାରେ ଆର୍ଟ ଗ୍ୟାଲେରୀ ସହାୟକ ହେବ । ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ନିର୍ମିତ ଭୁବନେଶ୍ୱରର କଳିଙ୍ଗ ଆର୍ଟ ଗ୍ୟାଲେରୀ, ଗଞ୍ଜାମ ଆର୍ଟ ଗ୍ୟାଲେରୀ, ପୁରୀ ଆର୍ଟ ଗ୍ୟାଲେରୀ, ବାଲେଶ୍ୱର ଆର୍ଟ ଗ୍ୟାଲେରୀ, ସମ୍ବଲପୁର ଓ କୋରାପୁଟ ଆର୍ଟ ଗ୍ୟାଲେରୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

Chief Minister Naveen Patnaik