ପୁରୁଷ ସିନିୟର ଜାତୀୟ ହକି କ୍ୟାମ୍ପ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ୭ ହକି ଖେଳାଳି | News Room Odisha

ପୁରୁଷ ସିନିୟର ଜାତୀୟ ହକି କ୍ୟାମ୍ପ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ୭ ହକି ଖେଳାଳି

ଭୁବନେଶ୍ୱର- ପୁୁରୁଷ ସିନିୟର ଜାତୀୟ ହକି କ୍ୟାମ୍ପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଘୋଷିତ ୬୦ ଜଣିଆ ଦଳରେ ଓଡିଶାର ୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଅମିତ ରୋହିଦାସ, ନିଲମ ସଂଜୀବ ଖେସ, ଦୀପସାନ ତିର୍କି, ଅଭିଷେକ ଲାକ୍ରା,ବିଜୁ ଏକ୍କା, ଆଶିଷ କୁମାର ଟପ୍ନୋ ଓ ଶିଳାନନ୍ଦ ଲାକ୍ରା । ବେଙ୍ଗଳୁରୁର ଭାରତୀୟ କ୍ରୀଡା ପ୍ରାଧିକରଣ –ସାଇ କଂପ୍ଲେକ୍ସରେ ଜାନୁଆରୀ ତାରିଖରୁ କ୍ୟାମ୍ପ ଆରମ୍ଭ ହେବ । ଆଗକୁ ଖେଳାଯିବାକୁ ଥିବା ମେଗା ଟୁର୍ଣ୍ଣାମେଂଟଗୁଡିକୁ ଦୃଷ୍ଟିରେ ରଖି ଏହି କ୍ୟାମ୍ପର ଆୟୋଜନ କରାଯାଇଛି ।