ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ, ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା | News Room Odisha

ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ, ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର – ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଅପରାହ୍ନରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସ୍ପଷ୍ଟ ହୋଇଯିବ ଏଥର ମଇଦାନରେ କେତେ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କୋଭିଡ କଟକଣା ମଧ୍ୟରେ ଚାଲିଥିବା ନିର୍ବାଚନ ପ୍ରଚାର ସରଗରମ ହେବା ଆଶା କରାଯାଉଛି । ନିର୍ବାଚନ କମିଶନର କଡା କୋଭିଡ କଟକଣା ମଧ୍ୟରେ ପ୍ରଚାର ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୨୬, ୨୭ ୨୮ ଫେବ୍ରୁଆରୀରେ ହେବ ଭୋଟ ଗଣତି ।