୬ ଜଣ ଓଡିଆଙ୍କୁ ପଦ୍ମ ସମ୍ମାନ, ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ | News Room Odisha

୬ ଜଣ ଓଡିଆଙ୍କୁ ପଦ୍ମ ସମ୍ମାନ, ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ – ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମିଳିବ ପଦ୍ମ ସମ୍ମାନ । ଓଡିଶାର ୫ ଜଣଙ୍କୁ ଏଥର ପଦ୍ମ ସମ୍ମାନ ମିଳିବ । ଟୋକିଓ ପାରା ଅଲିମ୍ପିକ୍ସର ବ୍ୟାଡମିଂଟନ ସ୍ୱର୍ଣ୍ଣ ବିଜେତା ତଥା ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ପ୍ରଥମ ପାରା ଆଥଲେଟ ଭାବେ ପ୍ରମୋଗ ଭଗତ ପାଇବେ ପଦ୍ମଶ୍ରୀ ସମ୍ମାନ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ମିଳିବ । ସମାଜସେବା ପାଇଁ ଶ୍ରୀମଦ ବାବା ବଳିଆ ପାଇବେ ପଦ୍ମଶ୍ରୀ । ବିଜ୍ଞାନ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଦିତ୍ୟ ପ୍ରସାଦ ଦାଶଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଶିକ୍ଷା ଓ ସାହିତ୍ୟ ପାଇଁ ନରସିଂହ ଗୁରୁଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିବ । କଳା ସଂସ୍କୃତି କ୍ଷେତ୍ରରେ ଶ୍ୟାମାମଣି ଦେବୀ ପାଇବେ ପଦ୍ମଶ୍ରୀ ସମ୍ମାନ ।