ପୁରୀ- ଶ୍ରୀମନ୍ଦିର ପୁଣି ସର୍ବସାଧାରଣଙ୍କ ଲାଗି ଏବେ ଖୋଲିବ କି ନାହିଁ ସେ ବିଷୟରେ ଆଲୋଚନା କରିବାକୁ ଆଜି ବସିବ ଛତିଶାନିଯୋଗ ବୈଠକ । ଅପରାହ୍ନ ସାଢେ ୪ଟାରେ ବସିବ ବୈଠକ । ଭିଡିଓ କନଫରେନସିଂ ଜରିଆରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଉପମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସବୁ ସଦସ୍ୟ ଯୋଗ ଦେବେ । କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ହେବାରୁ ଜାନୁଆରୀ ୧୦ରୁ ୩୧ ତାରିଖ ଯାଏଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି । ଏଣେ ପୁରୀ ସ୍ୱର୍ଗଦ୍ୱାରରୁ ବାହାର ଜିଲ୍ଲାର ଶବ ସତ୍କାର ଉପରେ ଥିବା କଟକଣା ହଟାଇ ଦିଆଯାଇଛି ।