ଏଥର ପୂର୍ଣ୍ଣାଙ୍ଗ ପରିବର୍ତ୍ତେ ଅନ୍ତରୀଣ ବଜେଟ୍ ? | News Room Odisha

ଏଥର ପୂର୍ଣ୍ଣାଙ୍ଗ ପରିବର୍ତ୍ତେ ଅନ୍ତରୀଣ ବଜେଟ୍ ?

ଭୁବନେଶ୍ୱର- ଏଥର ରାଜ୍ୟ ସରକାର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ କାମଚଳା ବଜେଟ୍ ଆଣିବା ସମ୍ଭାବନା ରହିଛି । ପଂଚାୟତ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟବର୍ତ୍ତୀକାଳୀନ କାମଚଳା ବଜେଟ୍ ଆଣିପାରନ୍ତି ରାଜ୍ୟ ସରକାର । ତେବେ, ବିଧାନସଭାର ବଜେଟ ଅଧିବେଶନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସି ନ ଥିବା ସୂଚନା ଦେଇଛନ୍ତି ବାଚସ୍ପତି । ବଜେଟ୍ ପରିବର୍ତ୍ତେ ୩ ମାସିଆ ଅନ୍ତରୀଣ ବଜେଟ୍ ଆସିବା ସମ୍ଭାବନା ବୋଲି ବାଚସ୍ପତି କହିଛନ୍ତି ।