ଟିକା ନେଇଥିବା ଲୋକଙ୍କଠାରେ ଲକ୍ଷଣ କମ୍ ରହୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

ଟିକା ନେଇଥିବା ଲୋକଙ୍କଠାରେ ଲକ୍ଷଣ କମ୍ ରହୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ସଂକ୍ରମଣ ବର୍ତ୍ତମାନ କମିବା ସ୍ତରରେ ରହିଛି । କିନ୍ତୁ ପୁରା ତଳକୁ ଆସିନାହିଁ । ଟିକାକରଣ ଅଧିକ ହେଉଥିବାରୁ ଲୋକଙ୍କ ନିକଟରେ ଲକ୍ଷଣ କମ୍ ରହୁଛି । ରାଜ୍ୟରେ ଏବେ ବି ୨୧ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି । ଯେଉଁମାନେ ଟିକା ନେଇନାହାନ୍ତି , ତୁରନ୍ତ ନିଅନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀମାନେ ପ୍ରିକସନ ଡୋଜ୍ ନେବା ପାଇଁ ମଧ୍ୟ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ସାମଗ୍ରିକ ଭାବେ କୋଭିଡ ସଂକ୍ରମଣ ଏବେ ତଳମୁହାଁ ହୋଇଛି । ଗ୍ରାଫ୍ ତଳକୁ ପଂହଚିବା ଯାଏଁ ଆମକୁ ଆଉ କିଛି ଦିନ ୍‌ଅପେକ୍ଷା କରିବାକୁ ହେବ । ଆମ ରାଜ୍ୟର ଷ୍ଟାଣ୍ଡାର୍ଡ ଓ ପାରାମିଟ ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ ଥିବାରୁ ଏହା କେତେବେଳ ବି ବଢିପାରେ । ତଳକୁ ନ ଆସିବା ଯାଏଁ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି ।