ଛୋଟ ଛୋଟ ଗ୍ରୁପ କରି ଯୁକ୍ତ ଦୁଇ ପିଲାଙ୍କ ଅଫଲାଇନ କ୍ଲାସ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ | News Room Odisha

ଛୋଟ ଛୋଟ ଗ୍ରୁପ କରି ଯୁକ୍ତ ଦୁଇ ପିଲାଙ୍କ ଅଫଲାଇନ କ୍ଲାସ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ

ଭୁବନେଶ୍ୱର- ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ପାଠପଢାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବିଚାରବିମର୍ଶ କରିଛି । ଏ ନେଇ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପ୍ରୋକ୍ଟୋରିଆଲ ଗ୍ରୁପ୍ କରି ପାଠ ପଢାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିକାଶ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ । ପିଲା କେମିତି ପଢିବେ ଓ କାହିଁକି ପଢି ପାରୁନାହାନ୍ତି ତାହା ଉପରେ ନଜର ରଖିବେ । ଯେଉଁ ପିଲାମାନେ ନିଜର ସନ୍ଦେହ ଦୂର କରିବାକୁ ଚାହାନ୍ତି, ସେମାନଙ୍କୁ ଶିକ୍ଷକମାନେ ଛୋଟ ଛୋଟ ଗ୍ରୁପ କରି ପାଠ ପଢାଇବେ । କିନ୍ତୁ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ୍ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।