ବିକ୍ରି ହେଉଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ଜବତ, ୨ ଗିରଫ | News Room Odisha

ବିକ୍ରି ହେଉଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ଜବତ, ୨ ଗିରଫ

କୋରାପୁଟ – ତୋରାଚାଲାଣକାରୀଙ୍କ କବଳକୁ କୋରାପୁଟ ଜିଲ୍ଲାରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ବୋରିଗୁମ୍ମା ବାଇପାସ ରୋଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ବନବିଭାଗ ସହାୟତାରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । ଗତ ବର୍ଷକ ମଧ୍ୟରେ ଏସଟିଏଫ ରାଜ୍ୟର ବିଭିନ୍ନ ଅଂଚଳରୁ ୧୧ଟି ଜୀବନ୍ତ ବଜ୍ରକାପ୍ତା ଓ ୧୬ କେଜି ବଜ୍ରକାପ୍ତା କାତି ଜବତ କରିଛି ।