ପଂଚାୟତ ନିର୍ବାଚନରେ ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଜୋରଦାର ଅଭିଯାନ | News Room Odisha

ପଂଚାୟତ ନିର୍ବାଚନରେ ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଜୋରଦାର ଅଭିଯାନ

ଭୁବନେଶ୍ୱର- ପଂଚାୟତ ନିର୍ବାଚନରେ ନିଶା କାରବାର ରୋକିବାକୁ ଜୋରଦାର ଅଭିଯାନ ଚଳାଇଛି ଅବକାରୀ ବିଭାଗ । ନିଶା କାରବାର ରୋକିବାକୁ ଜାନୁଆରୀରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଏ ଯାଏଁ ୯୦ ହଜାର ୬୮୮ ଲିଟର ଦେଶୀ ମଦ ଜବତ କରାଯିବା ସହ ୩ ହଜାର ୧୪୩ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲ୍‌ଟା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୮,୧୮ ହଜାର ୧୫୦ ଲିଟର ପୋଚ ନଷ୍ଟ କରାଯାଇଛି । ୪ ହଜାର ୯୫୧ କେଜି ଗଂଜେଇ, ୧୦୬୧ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୯୫୮ କେଜି ଭାଙ୍ଗ, ୫୫୯ ଲିଟର ନକଲି ମଦ, ୯୭୫ ଲିଟର ବେଆଇନ ମଦ, ୪ ହଜାର ୫୭୭ ଲିଟର ଆସ୍କା ଫୋର୍ଟି ଓ ୧୭୩ଟି ଗାଡି ଜବତ ହୋଇଛି । ମୋଟ ଜବତ ସାମଗ୍ରୀର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି ପାଲଟା ସୂଚନା ଦେଇଛନ୍ତି ।