ନିଜ ଜୀବନରେ ଉପୁଜୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏହିସବୁ କର୍ମ କରିବା ଉଚିତ | News Room Odisha

ନିଜ ଜୀବନରେ ଉପୁଜୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏହିସବୁ କର୍ମ କରିବା ଉଚିତ

ନିଜ ଜୀବନରେ ଉପୁଜୁଥିବା ସମସ୍ୟାକୁ ଦୂର କରିବା ପାଇଁ ଏହିସବୁ କର୍ମ କରିବା ଉଚିତ

• ବୈବାହିକ ଜୀବନରେ ଥିବା ସମସ୍ୟା ଦୂର କରିବା ପାଇଁ ତଥା ବିବାହରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଦମ୍ପତ୍ତିଙ୍କ ମଧ୍ୟରେ ହସଖୁସିର ବାତାବରଣ ପାଇଁ ଶିବ-ପାର୍ବତୀ, ଲକ୍ଷ୍ମୀ-ବିଷ୍ଣୁ, ସୀତା-ରାମ, ରାଧା-କୃଷ୍ଣ, ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିବା ଉଚିତ।

• ଧନସମ୍ପତ୍ତି ଜନିତ ସମସ୍ୟା ଦୂର କରିବା ପାଇଁ ମା’ଲକ୍ଷ୍ମୀ, କୁବେର, ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ।

• ବହୁ ପରିଶ୍ରମ କରିବା ପରେ ମଧ୍ୟ କାର୍ଯ୍ୟରେ ଅସଫଳତା ମିଳୁଥିଲେ, କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶ୍ରୀଗଣେଶଙ୍କୁ ପୂଜା କରନ୍ତୁ।

• ସର୍ବଦା ଭୟ ଲାଗୁଥିଲେ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ।

• ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ମା’ସରସ୍ୱତୀଙ୍କ ପୂଜା କରନ୍ତୁ।

• ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।

• ଲଡ଼ୁ ହେଉ ଅଥବା ମୋଦକ ହେଉ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇଲେ ,ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ।

• ଶିବଙ୍କୁ ପ୍ରତି ସୋମବାରରେ ବେଲପତ୍ର ଚଢାଇଲେ ମଧ୍ୟ ଗଣେଶଙ୍କ ବିଶେଷ କୃପା ରହିଥାଏ।

• ଗୃହରେ ରଖିଥିବା ଗଣେଶଙ୍କର ମୁଖ ଦକ୍ଷିଣ ଆଡ଼କୁ ରଖିବା ଉଚିତ ନୁହେଁ।

• ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ମୂର୍ତ୍ତି ରହିବା ଆବଶ୍ୟକ। ଏହା ଦ୍ୱାରା ସମସ୍ତ ସଫଳତା ମିଳିବା ସହ,ଗୃହରେ ଆନନ୍ଦର ପରିବେଶ ଓ ଧନ ବୃଦ୍ଧି ହୋଇଥାଏ।

• ସିନ୍ଦୁର ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଗୃହରେ ପୂଜା କଲେ ଖୁବ ମଙ୍ଗଳ ହୋଇଥାଏ। ଶିକ୍ଷା କ୍ଷେତ୍ରରେ ଅ୍ଧିକ ଉନ୍ନତି ହୋଇଥାଏ।

• ବୁଧବାର ଦିନ ପଞ୍ଚମୁଖୀ ରୁଦ୍ରାକ୍ଷ, ୭ଟି ଗୋଟା ମୁଗ, ସାମାନ୍ୟ ଗୋଟା ଧନିଆ, ନିଜ ପର୍ସରେ ରଖନ୍ତୁ। ରୁଦ୍ରାକ୍ଷ ନଥିଲେ ଗୋଟା ହଳଦୀ ମଧ୍ୟ ରଖିପାରିବେ। ଏହାଦ୍ୱାରା କେବେ ଟଙ୍କାପଇସାର ଅଭାବ ହେବ ନାହିଁ।