ଆଜିଠାରୁ ନାଇଟ କର୍ଫ୍ୟୁ କୋହଳ,ପୂର୍ଣ୍ଣ ଉପସ୍ଥାନ ସହ ଚାଲିବ ସରକାରୀ କାର୍ଯ୍ୟାଳୟ | News Room Odisha

ଆଜିଠାରୁ ନାଇଟ କର୍ଫ୍ୟୁ କୋହଳ,ପୂର୍ଣ୍ଣ ଉପସ୍ଥାନ ସହ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ଫେବ୍ରୁଆରୀ ମାସର କୋଭିଡ ଗାଇଡଲାଇନ୍ସ। ଆଜିଠାରୁ ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ ହେବ। ୯ଟା ବଦଳରେ ୧୦ଟାରୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ। ରାଜ୍ୟ ସରକାରଙ୍କ ଅଧୀନସ୍ଥ ସବୁ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଆସନ୍ତା ୫ ତାରିଖରେ ସରସ୍ୱତୀ ପୂଜା ପାଳନ ପାଇଁ ଶିକ୍ଷାନୁଷ୍ଠାନଗୁଡିକୁ ଅନୁମତି ମିଳିଛି। ସୀମିତ ଛାତ୍ରଛାତ୍ରୀରେ ସରସ୍ୱତୀ ପୂଜା ହୋଇପାରିବ। ସିନେମାହଲ୍, ସୁଇମିଂ ପୁଲ ଉପରେ ଥିବା କଟକଣା ହଟିଛି। ମାଘସପ୍ତମୀରେ ଜଳାଶୟଗୁଡିକରେ ଭକ୍ତମାନେ ବୁଡ ପକାଇପାରିବେ ନାହିଁ। କିନ୍ତୁ ମନ୍ଦିର ଭିତରେ ରୀତିନୀତି ଅନୁସାରେ ପୂଜା ହୋଇପାରିବ।