ଭକ୍ତଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଲା ଶ୍ରୀମନ୍ଦିର,ସକାଳ ୬ଟାରୁ ଦର୍ଶନ ଆରମ୍ଭ | News Room Odisha

ଭକ୍ତଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଲା ଶ୍ରୀମନ୍ଦିର,ସକାଳ ୬ଟାରୁ ଦର୍ଶନ ଆରମ୍ଭ

ପୁରୀ-କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କିଛି ଦିନ ବନ୍ଦ ରହିବା ପରେ ଆଜି ପୁଣି ଭକ୍ତଙ୍କ ଲାଗି ଖୋଲିଛି ଶ୍ରୀମନ୍ଦିର। ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ରହିଛି। ରାତି ୯ଟା ଯାଏଁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଦର୍ଶନ ପାଇଁ ଭକ୍ତମାନଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପଡିବ। ୯୬ ଘଣ୍ଟାଭିତରର ଆରଟିପିସିଆର ନେଗେଟିଭ ରିପୋର୍ଟ ବା ଦୁଇ ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡିବ। ସବୁ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହି ମାସରେ ଚାରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ପୁରୀ ସହରବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ।