ଭାରତୀୟ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା | News Room Odisha

ଭାରତୀୟ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ଭାରତୀୟ ତଟରକ୍ଷୀ ବାହିନୀ ପାଳନ କରୁଛି ପ୍ରତିଷ୍ଠା ଦିବସ। ଏହି ଅବସରରେ ସବୁ ତଟରକ୍ଷୀ ବାହିନୀ କର୍ମଚାରୀ ଓ ସେମାନଙ୍କର ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସାମୁଦ୍ରିକ ସୀମାର ସୁରକ୍ଷା କ୍ଷେତ୍ରରେ ଭାରତୀୟ ତଟରକ୍ଷୀ ବାହିନୀର ଅଦମ୍ୟ ସାହସ, ଉତ୍ସର୍ଗୀକୃତ ମନୋଭାବ ଓ ବୀରତ୍ୱକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ।