ନୂଆଦିଲ୍ଲୀ -କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି ।
ଆସନ୍ତୁ ନଜର ପକାଇବା ବଜେଟ୍ ମୁଖ୍ୟାଂଶ ଉପରେ ।
. ଛାତ୍ରଛାତ୍ରୀମାନଙ୍କ ପାଇଁ ପିଏମ-ଇ ବିଦ୍ୟା ଯୋଜନା
. ପାଠପଢା ପାଇଁ ୨୦୦ ଟିଭି ଚ୍ୟାନେଲ
. ବିଦ୍ୟୁତଚାଳିତ ଗାଡି ପାଇଁ ସ୍ପେଶାଲ ଜୋନ୍
. ୫ଜି ସେବା ପାଇଁ ସ୍ପେକ୍ଟ୍ରମ ଆବଂଟନ
. ଡାକଘରେ ମିଳିବ ଏଟିଏମ ସୁବିଧା
. ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ନୂଆ ଘର ଦିଆଯିବ
. ଆଇଆଇଟି ପିଲାଙ୍କୁ ଦିଆଯିବ ଡ୍ରୋନ ଟ୍ରେନିଂ
. ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ
. ସ୍କୁଲର ସବୁ ଶ୍ରେଣୀଗୃହରେ ଲାଗିବ ସିସିଟିଭି
. ୨ ଲକ୍ଷ ଅଙ୍ଗନବାଡ କେନ୍ଦ୍ରର ହେବ ଉନ୍ନତିକରଣ
. ସକ୍ଷମ ଯୋଜନାରେ ହେବ ଅଙ୍ଗନବାଡି କେନ୍ଦ୍ରର ଉନ୍ନତିକରଣ
– ଦେଶର ୭୫ଟି ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ
– କୋର୍ ବ୍ୟାଙ୍କିଂ ଦ୍ୱାରା ଦେଶରେ ଦେଢ ଲକ୍ଷ ନୂଆ ଡାକଘର ଯୋଡି ହେବ
– ୨୦୨୨-୨୩ ଆର୍ଥିକ ବର୍ଷରେ ଏଲଆଇସିର ପିଆଇଓ ଶୀଘ୍ର ଅଣାଯିବ
– ଡ୍ରୋନ ଜରିଆରେ ତ୍ୱରାନ୍ୱିତ ହେବ କୃଷିକାର୍ଯ୍ୟ
– କେମିକାଲ ଫ୍ରି ନ୍ୟାଚୁରାଲ ଫାର୍ମିଂକୁ ପ୍ରୋତ୍ସାହନ
– କୃଷି ବିଶ୍ୱବିଦ୍ୟାଳୟ ଉପରେ ଗୁରୁତ୍ୱ, କୃଷିକ୍ଷେତ୍ର ଷ୍ଟାର୍ଟଅପକୁ ଅନୁଦାନ ଦେବ ନାବାର୍ଡ
– ଦେଶରେ ଆସନ୍ତା ୩ ବର୍ଷରେ ଚାଲିବ ଆଉ ୪ ଶହ ବନ୍ଦେ ଭାରତ ଏକ୍ସପ୍ରେସ
– ପାହାଡିଆ ଅଂଚଳରେ ଚାଲିବ ପର୍ବତମାଳା ରୋପ୍ ୱେ
– ରାଜ୍ୟଗୁଡିକୁ ଦିଆଯିବ ୧ ଲକ୍ଷ କୋଟିର ସୁଧମୁକ୍ତ ଋଣ
– ରିଜର୍ଭ ବ୍ୟାଙ୍କ ପ୍ରଚଳନ କରିବ ଡିଜିଟାଲ ମୁଦ୍ରା
– ବ୍ଲକ ଚେନ୍ ଟେକ୍ନୋଲୋଜି ଆଧାରରେ ଡିଜିଟାଲ୍ ମୁଦ୍ରା
– ପ୍ରତିରକ୍ଷା କ୍ଷେତ୍ରରେ ୬୮ ପ୍ରତିଶତ ଯାଏଁ ରହିପାରିବ ଘରୋଇ ଭାଗିଦାରୀ
– ପ୍ରତିରକ୍ଷା ଉପକରଣ ଆମଦାନୀ ହ୍ରାସ କରାଯିବ
– କୋଅପରେଟିଭ ଟିକସ ୧୫ ପ୍ରତିଶତକୁ ହ୍ରାସ
– ପୂର୍ବରୁ କୋଅପରେଟିଭ ଟିକସ ୧୮ ଦଶମିକ ୫ ପ୍ରତିଶତ ଥିଲା
– କୋଅପରେଟିଭ ଟିକସ ସରଚାର୍ଜ ୭ ପ୍ରତିଶତକୁ ହ୍ରାସ
– ରାଜ୍ୟ କର୍ମଚାରୀମାନଙ୍କ ଏନପିଏସ ଟିକସର ରିହାତି ସୀମା ୧୦ରୁ ୧୪ ପ୍ରତିଶତ ବୃଦ୍ଧି
-ଦିବ୍ୟାଙ୍ଗମାନଙ୍କୁ ମିଳିବ ଟିକସ ରିହାତି
– ସବୁ ଘରକୁ ପାନୀୟ ଜଳ ପାଇଁ ୬୦ ହଜାର କୋଟି ଟଙ୍କା
-୨୦୨୨-୨୩ ବର୍ଷରେ ଗ୍ରୀନ୍ ବଣ୍ଡ୍ ଜାରି କରିବେ ସରକାର
– ଗ୍ରୀନ୍ ବଣ୍ଡ୍ରୁ ମିଳିବାକୁ ଥିବା ଅର୍ଥ ପରିବେଶ ସଂରକ୍ଷଣରେ ଖର୍ଚ୍ଚ ହେବ
– ଡିଜିଟାଲ କରେନ୍ସି ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ
– ଭର୍ଚୁଆଲ ଡିଜିଟାଲ ଆସେଟ୍ସରେ ଲାଗିବ ୩୦ ପ୍ରତିଶତ ଟିକସ
– ଆୟକର ସ୍ଲାବ ଅପରିବର୍ତ୍ତିତ
-କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମା ଅପରିବର୍ତ୍ତିତ
-ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଲାଗିବ ନାହିଁ
– କର୍ମଚାରୀଙ୍କ ପେନସନରେ ଟିକସ ଛାଡ ଘୋଷଣା
-ଆୟକର ରିଟର୍ଣ୍ଣରେ ଥିବା ଭୁଲ ସୁଧାରିବାକୁ ସୁଯୋଗ ମିଳିବ
-ଦୁଇ ବର୍ଷ ମଧ୍ୟରେ ଭୁଲ ସୁଧାର ହୋଇପାରିବ
-ବୈଦ୍ୟୁତିକ ଉପକରଣ ଯନ୍ତ୍ରାଂଶ ଉପରେ କଷ୍ଟମ ଡ୍ୟୁଟି କୋହଳ
– ଶସ୍ତା ହେବ ଚମଡା, କପଡା ସାମଗ୍ରୀ
-ଗହଣା ଓ ରତ୍ନ ପଥର ଉପରୁ ସୀମା ଶୁଳ୍କ ୫ ପ୍ରତିଶତକୁ ହ୍ରାସ
-୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ ଘୋଷଣା