ଭିଜିଲାନ୍ସ ଜାଲରେ ନୂଆପଡା ଏସିଏସଓ | News Room Odisha

ଭିଜିଲାନ୍ସ ଜାଲରେ ନୂଆପଡା ଏସିଏସଓ

କଟକ- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ନୂଆପଡା ଏସିଏସଓ ରତ୍ନାକର ସେଠୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ରତ୍ନାକରଙ୍କ କଟକ ମଧୁପାଟଣା ବାଲିସାହି ସ୍ଥିତ ବାସଭବନ, ଚାଉଳିଆଗଂଜରେ ଥିବା କୋଠା, ବାଲିସାହିରେ ଥିବା ନଟରାଜ କଲ୍ୟାଣ ପ୍ୟାଲେସ କଲ୍ୟାଣ ମଣ୍ଡପ, ଉରାଣ୍ଡା, ଚୌଦ୍ୱାରରେ ପ୍ରାଚୀର ବେଷ୍ଟିତ ତିନି ଏକର ଜମି, ନୂଆପଡା ସ୍ଥିତ ଭଡାଘରରେ ଭିଡିଲାନ୍‌ସ ଟିମ ଏକକାଳୀନ ଚଢାଉ କରିଛି । ଚଢାଉରେ ୬ ଜଣ ଡିଏସପି, ୧୨ ଇନସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି ।

ଏ ଯାଏଁ ଭିଜିଲାନ୍ସ ଏସିଏସଓଙ୍କ ୧ କୋଟି ୧୩ ଲକ୍ଷ ଟଙ୍କୀର ବୀମା ପ୍ରିମିୟମ, ଗୋଟିଏ ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, କଲ୍ୟାଣ ମଣ୍ଡପ, ତିନି ଏକର ଜମି, ୪୯୮ ଗ୍ରାମ ସୁନାଗହଣା, ଅଢେଇ କିଲୋ ରୁପା ଅଳଙ୍କାର ଠାବ କରିଛି ଭିଜିଲାନ୍ସ । ଚଢାଉ ଜାରି ରହିଛି ।