ଭୁବନେଶ୍ୱର- ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ କଳାଧନ ଠୁଳ କରି ରଖିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯାନ ଜାରି ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣଙ୍କ ପୃଷ୍ଟିଙ୍କ ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରଂଟ ବଳରେ ଏହି ଚଢାଉ ଚାଲିଛି । ଚଢାଉରେ ୮ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି । ମୁଖ୍ୟଯନ୍ତ୍ରୀଙ୍କ ଭୁବନେଶ୍ୱର ଘର, ଗଞ୍ଜାମ ସ୍ଥିତ ପୈତୃକ ଘର ଓ ଅଫିସ ସମେତ ୭ଟି ଜାଗାରେ ଚଢାଉ ଚାଲିଛି ।