ପବିତ୍ର ବସନ୍ତ ପଞ୍ଚମୀ : ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀରେ ମା’ ସରସ୍ୱତୀଙ୍କ ପୂଜାକୁ ଅନୁମତି | News Room Odisha

ପବିତ୍ର ବସନ୍ତ ପଞ୍ଚମୀ : ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀରେ ମା’ ସରସ୍ୱତୀଙ୍କ ପୂଜାକୁ ଅନୁମତି

ଭୁବନେଶ୍ୱର- ଆଜି ଶ୍ରୀପଞ୍ଚମୀ । ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନାର ଦିନ । କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଛି । ସୀମିତ ଛାତଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ପାଳନ ହେବ । ତେବେ ଶିକ୍ଷାନୁଷ୍ଠାନକୁ ବାଦ୍ ଦେଲେ ସର୍ବସାଧାରଣ ସ୍ଥାନରେ ପୂଜା ହୋଇପାରିବ ନାହିଁ । କୋଭିଡ କଟକଣା ମାନି ଘରେ ମା’ଙ୍କୁ ପୂଜା କରିବାକୁ ଗାଇଡଲାଇନରେ କୁହାଯାଇଛି । ପୂଜାରେ କୌଣସି ମନୋରଂଜନ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଛି ।