ରାଜ୍ୟରେ ଆଉ ୨ ହଜାର ୬୦୩ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୨ ହଜାର ୬୦୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଗ୍ରାଉ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି । ପୁଣି ଥରେ ୩ ହଜାର ତଳକୁ ରହିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୬୦୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୫୨୧ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୮୨ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୪୯ ଜଣ ଅଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୪, କଟକରୁ ୨୦୫, ସୁନ୍ଦରଗଡରୁ ୨୦୪, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୦୪, ଅନୁଗୁଳରୁ ୧୦୨ ଆକ୍ରାନ୍ତ ଚିହ୍ନନ ହୋଇଛନ୍ତି ।

କୋରାପୁଟରୁ ୯୪, ସମ୍ବଲପୁରରୁ ୮୮, ନୂଆପଡାରୁ ୮୭, ଗଞ୍ଜାମରୁ ୮୫, ନୟାଗଡରୁ ୬୭, ଗଜପତିରୁ ୬୪, ଢେଙ୍କାନାଳରୁ ୬୪, କେନ୍ଦ୍ରାପଡାରୁ ୬୩, ନବରଙ୍ଗପୁରରୁ ୬୨, ରାୟଗଡାରୁ ୬୧, ବଲାଙ୍ଗିରରୁ ୬୦, ଜଗତସିଂହପୁରରୁ ୬୦, କଳାହାଣ୍ଡିରୁ ୬୦, ଝାରସୁଗୁଡାରୁ ୫୭, ବରଗଡରୁ ୫୧, ବାଲେଶ୍ୱରରୁ ୪୮, କେନ୍ଦୁଝରରୁ ୪୩, ପୁରୀରୁ ୪୧, ବୌଦ୍ଧରୁ ୩୭, ଭଦ୍ରକରୁ ୩୭, ଦେବଗଡରୁ ୨୧, ମାଲକାନଗିରିରୁ ୧୯, ସୋନପୁରରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟ ପୁଲରୁ ୧୦୦ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬ ହଜାର ୯୬୫ ରହିଛି