କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ସକ୍ରିୟ ମାଓବାଦୀ, ଗଛ କାଟି ରାସ୍ତା ଅବରୋଧ | News Room Odisha

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ସକ୍ରିୟ ମାଓବାଦୀ, ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ମାତିଲେ ମାଓବାଦୀ । ପୁଣି ପୋଷ୍ଟର ଓ ରାସ୍ତା ଅବରୋଧ କରିଛନ୍ତି ଲାଲ ବାହିନୀ । ୧୪ ତାରିଖ ରାତିରେ ଭବାନୀପାଟଣାଠାରୁ ମାତ୍ର ୧୦କିଲୋମିଟର ଦୂର ଭବାନୀପାଟଣା – ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ଶଗଡା କିଟିପଦରଛକ ନିକଟରେ ମାଓବାଦୀ ମାନେ ବଡବଡ ଗଛ କାଟି ରାସ୍ତା ଅବରୋଧ କରିବା ସହିତ ଏହାର କାରଣ ପୋଷ୍ଟର ମାଧ୍ୟରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା ଭବାନୀପାଟଣା – ଥୁଆମୂଳରାମପୁର ମଧ୍ୟରେ ଯିବା ଆସିବା ବନ୍ଦ ରହିଛି । ଆଜି ୭ଟି ୨୪ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ମାଓବାଦୀ ।