ପଂଚଭୂତରେ ବିଲୀନ ଲତାଙ୍କ ପାର୍ଥିବ ଶରୀର, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ସଂପନ୍ନ | News Room Odisha

ପଂଚଭୂତରେ ବିଲୀନ ଲତାଙ୍କ ପାର୍ଥିବ ଶରୀର, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ସଂପନ୍ନ

ମୁମ୍ବାଇ -ପଞ୍ଚଭୂତରେ ଲୀନ ହୋଇଛନ୍ତି ଭାରତରତ୍ନ ଲତା ମଙ୍ଗେସସକର । ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କିମ୍ବଦନ୍ତୀ ଲତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଶେଷକୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସାମିଲ ହୋଇଥିଲେ । ଅନେକ କେନ୍ଦ୍ର ମନ୍ତ୍ରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ, ଏନସିପି ନେତା ଶରଦ ପାୱାର, ସଚିନ ତେନ୍ଦୁଲକର ପ୍ରମୁଖ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷ ଦର୍ଶନ କରିଥିଲେ ।

ଆଜି ସକାଳେ ସୁର ସାମ୍ରାଜ୍ଞୀ ଲତାଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସପିଟାଳରେ ଆଖି ବୁଜିଥିଲେ ଲତା । ତାଙ୍କର ବିୟୋଗରେ ଦୁଇ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଲତାଙ୍କ ବିୟୋଗରେ ଦେଶ ବିଦେଶରେ ଶୋକ ପ୍ରକାଶ ପାଇଛି ।