ପୌର ନିର୍ବାଚନ ପ୍ରାକ୍ ପ୍ରସ୍ତୁତି : ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ | News Room Odisha

ପୌର ନିର୍ବାଚନ ପ୍ରାକ୍ ପ୍ରସ୍ତୁତି : ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ରାଜ୍ୟରେ ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହୋଇପାରେ । ଏଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପୂର୍ବାହ୍ନ ସାଢେ ୧୧ଟାରେ ବସିବ ବୈଠକ । ତ୍ରୁଟିଶୂନ୍ୟ ଭୋଟର ତାଲିକା ଓ ନିରପେକ୍ଷ ନିର୍ବାଚନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ ।