ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଟେକା ଘୋଡ଼ ବା ଜାମା ଲାଗି ବିଷୟରେ କିଛି ଜାଣିବା କଥା | News Room Odisha

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଟେକା ଘୋଡ଼ ବା ଜାମା ଲାଗି ବିଷୟରେ କିଛି ଜାଣିବା କଥା

ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ । ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ ବସନ୍ତ ପଞ୍ଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକା ଘୋଡ଼ ବା ଜାମା ଲାଗି ହୋଇଥାଏ ।

ଶୀତର ପ୍ରକୋପ କମି ଆସିଲେ ଯେପରି ଲୋକ ମାନେ କମ୍ବଳ ଓ ଶ୍ୱେଟର ଆଦିର ବ୍ୟବହାର ନ କରି ପତଳା ଚାଦର ଓ ଗରମ କନାର ପୋଷାକ ପରିଧାନ କରିଥାନ୍ତି,ଠିକ ସେହିପରି ଠାକୁରମାନେ ବସନ୍ତ ପଞ୍ଚମୀଠାରୁ ଫଗୁଦଶମୀ ପର୍ଯ୍ୟନ୍ତ ତେକା ଘୋଡ଼ ଓ ଜାମା ପରିଧାନ କରିଥାନ୍ତି।ସୂଚନ ଯୋଗ୍ୟ ଯେ ଏହି ଘୋଡ଼ରେ ଠାକୁରଙ୍କ ର ସମ୍ପୂର୍ଣ୍ଣ ଶ୍ରୀଅଙ୍ଗ ଆବୃତ୍ତ ହୁଏ ନାହିଁ।ଜାମା ଲାଗିରେଠାକୁର ମାନେ ୩୦ମୂର୍ତି ଅଳଙ୍କାର ପରିଧାନ କରିଥାନ୍ତି। ଘୋଡ଼ ବସ୍ତ୍ର ଗୁଡିକ ସାଧାରଣତଃ ମଖମଲ (ଭେଲଭେଟ)ଓ ସୂତା କପଡା ରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜି ମାନଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ହୋଇଥାଏ।

ପରମ୍ପରା ଅନୁଯାୟୀ ଠାକୁର ମନେ ପ୍ରତି ବାର ଅନୁଯାୟୀ ଭିନ୍ନଭିନ୍ନ ଘୋଡ଼ ପରିଧାନ କରନ୍ତି।ଯଥା-
ରବିବାର-ଲାଲ ରଙ୍ଗ ,
ସୋମବାର-କଳା ଛିଟ ମିଶା ଶୁକ୍ଳ ରଙ୍ଗ,
ମଙ୍ଗଳବାର-ବାରପଟିଆ(ପାଞ୍ଚ ରଙ୍ଗ ମିଶା)
ବୁଧବାର-ନୀଳ
ଗୁରୁବାର-ହଳଦିଆ
ଶୁକ୍ରବାର-ଶୁକ୍ଳ/ଧଳା।
ଶନିବାର-କଳା ( ସଂଗୃହିତ )