ଜେସିବିରେ ନିଆଁ ଲଗାଇଲେ ମାଓବାଦୀ | News Room Odisha

ଜେସିବିରେ ନିଆଁ ଲଗାଇଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଠାରେ ମାଓ ଆକ୍ରମଣ। ଗତକାଲି ରାତିରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜେସିବି ଓ ହିଟାଚି ମେସିନ ପୋଡ଼ି ଦେଇଛନ୍ତି ଲାଲବାହିନୀ।

ଫିରିଙ୍ଗିଆ ଠାରୁ ପ୍ରାୟ ୫୦ କିମି ଦୂର ନୂଆପଦର ଠାରୁ ପିଣ୍ଡାଙ୍ଗି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଥିଲା। ଗତକାଲି ବିଳମ୍ବିତ ରାତିରେ କିଛି ସଶସ୍ତ୍ର ମାଓବାଦୀ ଆସି ଠିକା କମ୍ପାନୀର ଜେସିବି ଓ ହିଟାଚି ମେସିନକୁ ଜାଳି ଦେଇଛନ୍ତି। ଘଟଣାସ୍ଥଳରୁ ଅଳ୍ପ କିଛି ଦୂରରେ ସିଆରପିଏଫ୍ ଶିବିର ରହିଛି। ତଥାପି ଠିକା କମ୍ପାନୀ ଶିବିରରେ ରାତିରେ କେହି ରହୁ ନ ଥିବା ବେଳେ ନିର୍ମାଣ କାର୍ଯ୍ୟ ରୋକିବା ଏବଂ ସମସ୍ତଙ୍କୁ ଭୟଭୀତ କରିବା ପାଇଁ ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି। ମାଓବାଦୀମାନେ ଘଟଣାସ୍ଥଳରେ ପୋଷ୍ଟର ଓ ବ୍ୟାନର ମାରିଛନ୍ତି। ଗଞ୍ଜେଇ ଚାଷ ଓ ମଦଭାଟିକୁ ବିରୋଧ କରିବା ପାଇଁ ଆହ୍ବାନ ଦିଆଯାଇଛି। ପୋଷ୍ଟର ତଳେ ସିପିଆଇ (ମାଓବାଦୀ) ଲେଖା ରହିଛି।