ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଲାଭ ପାଇଲେ ଗରିବ ମହିଳା | News Room Odisha

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଲାଭ ପାଇଲେ ଗରିବ ମହିଳା

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ) ଦ୍ବାରା ଉପକୃତ ହୋଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇ ପାରିଛନ୍ତି ବ୍ରହ୍ମପୁର ପ୍ରେମନଗର ଅଞ୍ଚଳର ଜଣେ ଗରିବ ମହିଳା ପି.ଲକ୍ଷ୍ମୀ। ସେ ଅନେକ ଦିନ ଧରି ବ୍ରେନ୍ ଟ୍ୟୁମର୍ ରୋଗାକ୍ରାନ୍ତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ଅପରେସନ୍ ଆବଶ୍ୟକ ପଡ଼ିଥିଲା। ଏଥିପାଇଁ ତାଙ୍କୁ କୌଣସି ଅତ୍ୟାଧୁନିକ ଡାକ୍ତରଖାନା ନେବା ସକାଶେ ପରାମର୍ଶ ଦେଇଥିଲେ ଏମକେସିଜି ଡାକ୍ତର। ବିଏସକେଓ୍ବାଇ ଦ୍ବାରା ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ହୋଇଯିବାର ଆଶ୍ବାସନା ଦେଇଥିଲେ ସେ। ଫଳରେ ପି.ଲକ୍ଷ୍ମୀଙ୍କ ଉନ୍ନତ ଚିକିତ୍ସା ଆଶା ଜାଗ୍ରତ ହୋଇ ଉଠିଥିଲା।

କିନ୍ତୁ ବିଶାଖାପାଟଣା ଯିବା ସକାଶେ ଆମ୍ବୁଲାନ୍ସ ଯୋଗାଡ଼ କରିବା ପାଇଁ ପି.ଲକ୍ଷ୍ମୀଙ୍କ ସହାୟତା ସକାଶେ ଆଗେଇ ଆସିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ସାହି ବାସିନ୍ଦା, ସ୍ଥାନୀୟ ସମାଜସେବୀ ପ୍ରାୟ ଦଶ ହଜାର ଟଙ୍କା ଯୋଗାଡ କରିଥିବା ବେଳେ ବିଧାୟକ ଆମ୍ବୁଲାନ୍ସ ବନ୍ଦୋବସ୍ତ କରାଇ ପି.ଲକ୍ଷ୍ମୀଙ୍କୁ ବିଶାଖାପାଟଣା ପଠାଇଥିଲେ।ସେଠିକାର ମେଡିକେୟାର୍ ହସପିଟାଲରେ ଏବେ ମାଗଣାରେ ଲକ୍ଷ୍ମୀଙ୍କ ଆବଶ୍ୟକ ଚିକିତ୍ସା ଆରମ୍ଭ ହୋଇଛି। ଶୀଘ୍ର ସେ ସୁସ୍ଥ ହୋ ଫେରିବା ଆଶା କରାଯାଉଛି। ବିଏସକେଓ୍ବାଇ ପୁଣି ଥରେ ଗରିବ ଓ ଅସହାୟଙ୍କ ପାଇଁ ବେଶ୍ ଉପକାରରେ ଆସି ପାରିଛି।

BSKY Smart Health CardChief Minister Naveen PatnaikOdisha Government