ପଂଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ତିନି ଦିନିଆ ଛୁଟି | News Room Odisha

ପଂଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ତିନି ଦିନିଆ ଛୁଟି

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିଜ ନିଜର ମତାଧିକାର ସାବ୍ୟସ୍ତ ପାଇଁ ରାଜ୍ୟ ସରକାରଙ୍କ ସବୁ ବିଭାଗ,ସରକାରୀ ବୋର୍ଡ, ଉଦ୍ୟୋଗ ଓ ନିଗମର କର୍ମଚାରୀମାନଙ୍କୁ ତିନି ଦିନ ଛୁଟି ମିଳିବ ।

ପଞ୍ଚାୟତିରାଜ ବିଭାଗ ସଚିବ ଅଶୋକ ମୀନା ଏ ନେଇ ସବୁ ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ପଂଚାୟତ ନିର୍ବାଚନ ବେଳେ ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ସର୍ବାଧିକ ତିନି ଦିନ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି । ମତଦାନର ପୂର୍ବଦିନ, ମତଦାନ ହେଉଥିବା ଦିନ ଓ ମତଦାନର ପରଦିନ ଛୁଟି ଦେବାକୁ ପଂଚାୟତିରାଜ ଚିଠିରେ ଉଲ୍ଲେଖ କରିଛନ୍ତି । ସାଧାରଣ କାଜୁଆଲ ଲିଭ୍ ବାଦ୍ କର୍ମଚାରୀଙ୍କୁ ତିନି ଦିନ ପାଇଁ ଛୁଟି ମିଳିବ । ଗ୍ରାମ ପଂଚାୟତର ଭୋଟର ତାଲିକାରେ ସେମାନଙ୍କ ନାମ ଥିବା ଦର୍ଶାଇ ଏକ ସାଧାରଣ ଲିଖିତ ଆବେଦନ ଛୁଟି ପାଇଁ ଯଥେଷ୍ଟ ବୋଲି ପଂଚାୟତିରାଜ ବିଭାଗ ସଚିବ କହିଛନ୍ତି ।