ପୌର ନିର୍ବାଚନ ପ୍ରସ୍ତୁତି : ଆଜିଠୁ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା, ଅପରାହ୍ନରେ ସର୍ବଦଳୀୟ ବୈଠକ | News Room Odisha

ପୌର ନିର୍ବାଚନ ପ୍ରସ୍ତୁତି : ଆଜିଠୁ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା, ଅପରାହ୍ନରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ପୌର ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟ ନିର୍ବାଚନ କମିଶନ । ଆଜିଠାରୁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ପୂର୍ବରୁ ୱାର୍ଡ ପୁନର୍ଗଠନ ସହ ଚୂଡାନ୍ତ ସଂରକ୍ଷଣ ତାଲକା ପ୍ରକାଶ ପାଇସାରିଛି । ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହେବା ସହ ବିଭିନ୍ନ ରାଜନୈତିକ ଦଳଠୁ ପ୍ରସ୍ତାବ ମାଗିବେ ନିର୍ବାଚନ କମିଶନ ।