କୋଟିଆରେ ଆନ୍ଧ୍ର ଷଡଯନ୍ତ୍ର ବିଫଳ କରିବାକୁ ପୋଲିସ ସଜାଗ, ଫ୍ଲାଗମାର୍ଚ୍ଚ ଜାରି | News Room Odisha

କୋଟିଆରେ ଆନ୍ଧ୍ର ଷଡଯନ୍ତ୍ର ବିଫଳ କରିବାକୁ ପୋଲିସ ସଜାଗ, ଫ୍ଲାଗମାର୍ଚ୍ଚ ଜାରି

କୋରାପୁଟ – କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ । ପଂଚାୟତ ନିର୍ବାଚନ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପ୍ରଦେଶର ଉଦ୍ୟମ ପରିପ୍ରେକ୍ଷୀରେ ପୋଲିସ କୋଟିଆେରେ ଫ୍ଲାଗମାର୍ଚ୍ଚ କରିଛି । ସମ୍ବେଦନଶୀଳ ବୁଥ୍ ଉପରେ ବି ପୋଲିସର କଡା ନଜର ରହିଛି । ପୋଲିସ ଡିଜି ସୁନୀଲ କୁମାର ବଂସଲ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ପଂଚାୟତ ନିର୍ବାଚନ କିପରି ଅବାଧରେ ହେବ, ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ର ବିଫଳ ପାଇଁ ପୋଲିସ ତତ୍ପର ହୋଇଉଠିଛି । କୋଟିଆ ପଂଚାୟତରେ ୧୩ଟି ୱାର୍ଡ ରହିଛି । ଏଠାରେ ମମତା ଜାନି ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ଲଢୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ । ୧୨ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ୧୦ ନମ୍ବର ୱାର୍ଡରେ ଦୁଇ ପ୍ରାର୍ଥୀ ଲଢୁଥିବାରୁ ମତଦାନ ହେବ । ଏଠାରେ ୧୮ ତାରିଖରେ ଭୋଟ୍ ନିଆଯିବ ।