ଏଡିଏମଙ୍କ ବିପୁଳ କଳାଧନ : ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ସ୍ତ୍ରୀଙ୍କ ନାଁରେ କାରଖାନା | News Room Odisha

ଏଡିଏମଙ୍କ ବିପୁଳ କଳାଧନ : ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ସ୍ତ୍ରୀଙ୍କ ନାଁରେ କାରଖାନା

ଭୁବନେଶ୍ୱର -ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସୁନ୍ଦରଗଡ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ବିଭିନ୍ନ ଠିକଣାରେ ଚଢାଉ କରି ୨ ଶୁକ୍ରବାର ସଂଧ୍ୟା ସୁଦ୍ଧା ଭିଜିଲାନ୍ସ ଟିମ୍ ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ସଂଚୟ ଟଙ୍କା ଓ ଜୀବନ ବୀମା ପଲିସି ଠାବ କରିଛି । ଏହାଛଡା ୩୫୦ ଗ୍ରାମ ଓଜନର ସୁନାଗହଣା ଜବତ କରିଛି ଭିଜିଲାନ୍ସ ଟିମ୍ । ଏଡିଏମଙ୍କର ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍ ଡିପୋଜିଟ ଥିବା ଜଣାପଡିଛି । ତାଙ୍କ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ଏକ ସିମେଣ୍ଟ ଗୋଦାମ ଚାଲୁଥିବା ଜଣାପଡିଛି ।