ଭ୍ୟାନକୁ ପିଟିଲା ଟ୍ରକ, ୪ ମୃତ | News Room Odisha

ଭ୍ୟାନକୁ ପିଟିଲା ଟ୍ରକ, ୪ ମୃତ

ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲାହାବାଡିରେ ଏକ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବା ଯୋଗୁଁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଛି । ତାଳପଡାରୁ ବାଡିସୁରାକୁ ୮ ଜଣ ଯାତ୍ରୀଙ୍କୁ ନେଇ ଭ୍ୟାନଟି ଯାଉଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା ।