ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୩୬ ଘଂଟା ପୂର୍ବରୁ ରହିବେ ନାହିଁ ବାହାର ଅଂଚଳର ନେତା | News Room Odisha

ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୩୬ ଘଂଟା ପୂର୍ବରୁ ରହିବେ ନାହିଁ ବାହାର ଅଂଚଳର ନେତା

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ ଅନ୍ତର୍ଗତ ୨୦୨ଟି ଜିଲ୍ଲା ପରିଷଦ, ୧୬୬୯ଟି ସରପଂଚ ଓ ସମିତି ସଭ୍ୟ, ୨୨ହଜାର ୩୭୯ଟି ୱାର୍ଡମେମ୍ବର ପଦବୀ ପାଇଁ ମତଦାନ ହେବ । ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।

ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ୧୪ ତାରିଖ ସଂଧ୍ୟା ୭ଟା ସୁଦ୍ଧା ସଂପୃକ୍ତ ଅଂଚଳରୁ ବାହାର ନିର୍ବାଚନ ମଣ୍ଡଳୀର ନେତାମାନଙ୍କୁ ରହିବାକୁ ସୁଯୋଗ ଦିଆଯିବ ନାହିଁ । ଏ ନେଇ ରାଜ୍ୟ ନିର୍ବାଚନ କମିଶନର ଗତକାଲି ନିର୍ଦ୍ଦେଶ ଦେଇଥିଲେ । ଆଜି ଓ ଆସନ୍ତାକାଲି ପୋଲିଂ ଅଧିକାରୀମାନେ ମତଦାନ କେନ୍ଦ୍ରରେ ପହଂଚିବେ ।