ରାଜ୍ୟରେ ୧୧୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୧୧୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୧୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୬୯ ଓ ସ୍ଥାନୀୟ ଅଂଚଳରୁ ୪୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୨୪୪ ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୫୩, ସୁନ୍ଦରଗଡରୁ ୧୨୭, ଅନୁଗୁଳରୁ ୯୪, କଟକରୁ ୬୫, କୋରାପୁଟରୁ ୫୬, ସମ୍ବଲପୁରରୁ ୪୬, ରାୟଗଡାରୁ ୪୪, ଗଜପତିରୁ ୪୩, ମୟୂରଭଞ୍ଜରୁ ୪୨,ଯାଜପୁରରୁ ୩୫, କଳାହଣ୍ଡିରୁ ୩୫, ବାଲେଶ୍ୱରରୁ ୩୪,କନ୍ଧମାଳରୁ ୩୩, ଦେବଗଡରୁ ୨୮, କେନ୍ଦ୍ରାପଡାରୁ ୨୭,ନୂଆପଡାରୁ ୨୬, ନୟାଗଡରୁ ୨୫, ବୌଦ୍ଧରୁ ୨୫, କେନ୍ଦୁଝରରୁ ୨୨, ପୁରୀରୁ ୧୯, ନବରଙ୍ଗପୁରରୁ ୧୮, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୩, ଭଦ୍ରକରୁ ୧୩, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବଲାଙ୍ଗିରରୁ ୯, ସୋନପୁରରୁ ୯ ମାଲକାନଗିରିର ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୩୨ଟି ମାମଲା ଆସିଛି ।
ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨ ହଜାର ୩୩୦ ରହିଛି ।