ରାୟଗଡା ଜିଲ୍ଲାରେ ୫ ନକଲି ନକ୍ସଲ ଗିରଫ | News Room Odisha

ରାୟଗଡା ଜିଲ୍ଲାରେ ୫ ନକଲି ନକ୍ସଲ ଗିରଫ

ରାୟଗଡା- ରାୟଗଡା ଜିଲ୍ଲାରେ ୫ ଜଣ ନକଲି ନକ୍ସଲଙ୍କୁ ଗିରଫ କରାଯାଇଛି । ଠିକା କ୍ୟାମ୍ପରେ ଆକ୍ରମଣ ଓ ପୋଡାଜଳା ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତମାସ ୨୧ ତାରିଖରେ ୫ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା ବୁଡାଗୁଡା ଗାଁରେ ଥିବା ଠିକା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ସେମାନେ ଦୁଇଟି ଟ୍ରକ ଓ ଟ୍ରଲି ପୋଡି ଦେଇଥିଲେ । ପରେ ମାଓବାଦୀଙ୍କ ନାଁରେ ବ୍ୟାନର ପୋଷ୍ଟର ଲଗାଇଥିଲେ । ତଦନ୍ତ ବେଳେ ଏହା ନକଲି ନକ୍ସଲଙ୍କ କାମ ବୋଲି ପୋଲିସ ଜାଣିପାରିଥିଲା । ତେବେ, କେଉଁ କାରଣରୁ ଗିରଫ ଅଭିଯୁକ୍ତମାନେ ନକ୍ସଲଙ୍କ ନାଁରେ ଜଳାପୋଡା କଲେ, ତାହା ସ୍ପଷ୍ଟ କରିନି ପୋଲିସ ।