ଗିରଫ ହେଲେ କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର | News Room Odisha

ଗିରଫ ହେଲେ କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର

ଭୁବନେଶ୍ୱର- ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ଦୁଇ ଦିନ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରି ବିପୁଳ ପରିମାଣର କଳାଟଙ୍କା ଠାବ କରିଥିଲା । ବିଶ୍ୱଜିତଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଦୁଇ ଦିନର ଚଢାଉରେ ବିଶ୍ୱଜିତ ମହାପାତ୍ରଙ୍କ ବିପୁଳ କଳା ସଂପତ୍ତି ଠାବ କରିଛି ଭିଜିଲାନ୍ସ । ନଗଦ ୩ ଲକ୍ଷ ଟଙ୍କା, ୨ କୋଟି ୪୨ ଲକ୍ଷ ଟଙ୍କାର ସେଭିଂ ଓ ଫିକ୍ସଡ ଡିପୋଜିଟ୍ ବ୍ୟାଙ୍କ ଖାତା, ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ୍ , ଭୁବନେଶ୍ୱରର ନହରକଂଟାରେ ଦୁଇ ମହଲା କୋଠା, ଭୁବନେଶ୍ୱରର ଆସିଆନା ଆପାର୍ଟମେଂଟରେ ଗୋଟିଏ ଫ୍ଲାଟ୍ , ୩୫୦ ଗ୍ରାମ ସୁନା ଓ ଗୋଟିଏ ସିମେଂଟ ଗୋଦାମ ଠାବ କରିଛି ଭିଜିଲାନ୍ସ ।