ଧରାପଡିଲା ରସିକିଆ ନକଲି ଡାକ୍ତର, ୧୪ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପଇସା ଲୁଟୁଥିଲା | News Room Odisha

ଧରାପଡିଲା ରସିକିଆ ନକଲି ଡାକ୍ତର, ୧୪ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପଇସା ଲୁଟୁଥିଲା

ଭୁବନେଶ୍ୱର – ଧରାପଡିଲା ରସିକିଆ ନକଲି ଡାକ୍ତର । ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ଯୁବତୀଙ୍କୁ ଫସାଉଥିଲା । ଗୋଟିଏ କି ଦୁଇଟି ନୁହେଁ, ୧୪ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପଇସା ଲୁଟୁଥିଲା । ଏହି ରସିକିଆ ଦଗାଦିଆ ନକଲି ଡାକ୍ତର ପ୍ରେମିକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମିଳିଥିବା ସୂଚନା ଅନୁସାରେ ନକଲି ଡାକ୍ତର ଜଣକ ସୋସିଆଲ ମିଡିଆରେ ଚାଟିଂ କରି ଓଡିଶା ସମେତ ୭ଟି ରାଜ୍ୟର ଯୁବତୀଙ୍କୁ ଫସାଇଥିଲା । ଏ ନେଇ ଓଡିଶାର ଜଣେ ଯୁବତୀ ଜାଣିପାରି ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ନକଲି ଡାକ୍ତରଙ୍କୁ ଉଠାଇ ନେଇଥିଲା ପୋଲିସ । ତାକୁ ପଚରାଉଚରା କଲା ପରେ ଗିରଫ କରାଯାଇଛି ।