ଭିଜିଲାନ୍ସ ଜାଲରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ | News Room Odisha

ଭିଜିଲାନ୍ସ ଜାଲରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ

ଭୁବନେଶ୍ୱର – ଆୟଠାରୁ ଅଧିକ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରଂଟ ବଳରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଗ୍ରୀନପାର୍କ ରେସିଡେନସୀର ୨୦୧ ଓ ୨୦୩ ନମ୍ବର ଫ୍ଲାଟ୍‌, ଖଣ୍ଡଗିରି ଅଂଚଳରେ ଥିବା ଫ୍ଲାଟ ଓ ସମ୍ବପୁରରେ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସରେ ଚଢାଉ ଜାରି ରହିଛି ।