ହାଇକୋର୍ଟର ତିନି ନବନିଯୁକ୍ତ ବିଚାରପତିଙ୍କ ଶପଥ | News Room Odisha

ହାଇକୋର୍ଟର ତିନି ନବନିଯୁକ୍ତ ବିଚାରପତିଙ୍କ ଶପଥ

କଟକ- ଓଡିଶା ହାଇକୋର୍ଟର ତିନି ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥପାଠ କରାଇଥିଲେ । ତିନି ନୂଆ ବିଚାରପତିଙ୍କୁ ମିଶାଇ ହାଇକୋର୍ଟର ବିଚାରପତି ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।