ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଭକ୍ତ | News Room Odisha

ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଭକ୍ତ

ପୁରୀ – ସହଜ ହେବ ଜଗା ଦର୍ଶନ । ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ କରାଯାଇଛି କଟକଣା । ଏଣିକି ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଆସନ୍ତା ୨୧ ତାରିଖଠାରୁ ଏହି ବ୍ୟବସ୍ଥା ଲାଗୁ ହେବ । ଅଧିକାଂଶ ଲୋକ ଡବଲ ଡୋଜ୍ ଟିକା ନେଇ ସାରିଥିବାରୁ ଏଭଳି ନିଷ୍ପତ୍ତିହୋଇଯାଇଛି । ଛତିଶା ନିଯୋଗ ବୈଠକ ପରେ ଏ ବିଷୟରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ପୂର୍ବଭଳି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।