ସ୍ବାମୀଙ୍କୁ ଫେରାଇ ଆଣିବାକୁ SPଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ ପ୍ରାର୍ଥିନୀ | News Room Odisha

ସ୍ବାମୀଙ୍କୁ ଫେରାଇ ଆଣିବାକୁ SPଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ ପ୍ରାର୍ଥିନୀ

ସୁବର୍ଣ୍ଣପୁର: ମହାଦେବପାଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହୁରୀଙ୍କ ସ୍ବାମୀ ଅପହରଣ ମାମଲାରେ ପୋଲିସକୁ କିଛି ସଫଳତା ମିଳିନାହିଁ । ବିନିକା ପୋଲିସ ପ୍ରାର୍ଥୀନୀ ମୀନାଙ୍କ ଅଭିଯୋଗକୁ ଭିତ୍ତି କରି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ପୀଡିତା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ଏହି ମାମଲାର ତଦନ୍ତ କରୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ମୀନା ସକମା ଗାଁରେ ନିଜ ସ୍ବାମୀଙ୍କ ସହିତ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ସମୟରେ ତାଙ୍କ ସ୍ବାମୀଙ୍କୁ ବିପକ୍ଷ ପ୍ରାର୍ଥୀଙ୍କ ସମର୍ଥକ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ।ଗତ ସୋମବାର ଦିନ ସକାଳୁ ମୀନା ପ୍ରଚାର କରୁଥିବା ସମୟରେ ସକମା ଗାଁର ମନ୍ଦିର ନିକଟରେ ଏହି ଘଟଣା ହୋଇଥିବା ମୀନା ଅଭିଯୋଗ କରିଛନ୍ତି ।