ବାଲ୍ୟ ବିବାହ ରୋକିଲା ଜିଲ୍ଲା ସମାଜ ମଙ୍ଗଳ ବିଭାଗ | News Room Odisha

ବାଲ୍ୟ ବିବାହ ରୋକିଲା ଜିଲ୍ଲା ସମାଜ ମଙ୍ଗଳ ବିଭାଗ

ବୌଦ୍ଧ: ସରସରା ଗ୍ରାମ ଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ କରାଯାଇଛି l
ସୂଚନା ଅନୁସାରେ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷ ବୟସର ଦୁଇ ନାବାଳିକା କନ୍ୟା ର ବିବାହ ନିମନ୍ତେ ନିର୍ବନ୍ଧ ଘର କରି ବନ୍ଧୁ ପରିଜନଙ୍କ ସହିତ ଭୋଜିଭାତ ର ଆୟୋଜନ କରୁଥିବା ବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ଓ ପୁରୁଣା କଟକ ଆବାସିକ ବିଦ୍ୟାଳୟର ହଷ୍ଟେଲ ପରିଚାଳିକା ଆରତୀ ହୋତା କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସଙ୍କ ସହିତ ଯୋଗାଯୋଗ କରିବା ପରେ ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଓ ସେକ୍ଟର ସୁପର ଭାଇଜର ବାସନ୍ତୀ ମହାକୁଡ଼ ଓ ଶିକ୍ଷା ବିଭାଗ ଦ୍ୱାରା ଘଟଣା ସ୍ଥଳରେ ପହଂଚି ପରିବାର ସହିତ ଆଲୋଚନା କରି ନିର୍ବନ୍ଧ ଉତ୍ସବ ବନ୍ଦ କରି ନାବାଳିକା କନ୍ୟା ଦୁଇ ଜଣଙ୍କୁ ସୁପରଭାଇଜରଙ୍କ ଦ୍ୱାରା ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ l ଯୋଜନା ସଂଯୋଜକ ଦେବାଶିଷ ଦେହୁରୀ ଓ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ ସାହୁଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ଅଟେ l ଉକ୍ତ ପରିବାରର ୪ ଟି ଶିଶୁ ଆଶୀର୍ବାଦ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଗତ ଜାନୁଆରୀ ମାସରୁ ପ୍ରତ୍ୟେକ ୧୫୦୦ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି l ପରିବାରର ନିଜସ୍ୱ ଇନ୍ଦିରା ଆବାସ ଘର ଥିବା ବେଳେ ଏପର୍ଯ୍ୟନ୍ତ ସେ ବିଧବା ଭତ୍ତା ପାଇ ପାରି ନାହାନ୍ତି ସୂଚନାରୁ ପ୍ରକାଶ ଯେ ନିର୍ବନ୍ଧ ସରିବା ପରେ ନାବାଳିକା ଦୁଇ ଜଣଙ୍କୁ ବିବାହ ପାଇଁ ଅନ୍ୟତ୍ର ପଠାଇ ଦିଆ ଯିବାର ଯୋଜନା ଚାଲିଥିଲା l