ରାଜ୍ୟରେ ହଜାରେ ତଳକୁ ଦୈନିକ କୋରୋନା ସଂକ୍ରମଣ ସ୍ଥିତି ବଜାୟ | News Room Odisha

ରାଜ୍ୟରେ ହଜାରେ ତଳକୁ ଦୈନିକ କୋରୋନା ସଂକ୍ରମଣ ସ୍ଥିତି ବଜାୟ

ଭୁବନେଶ୍ୱର- ରାଜ୍ୟରେ ହଜାରେ ତଳକୁ ବଜାୟ ରହିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୯୨୫ ଆକ୍ରାନ୍ତ । ସଙ୍ଗରୋଧରୁ ୫୪୨ ଓ ସ୍ଥାନୀୟ ଅଂଚଳରୁ ୩୮୩ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୦୩ ଜଣ ହେଉଛନ୍ତି ଶିଶୁ ଓ କିଶୋର । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୫୯, ସୁନ୍ଦରଗଡରୁ ୮୮, କଟକରୁ ୫୨, ଜଗତସିଂହପୁୁରରୁ ୫୦, ଯାଜପୁରରୁ ୪୭, କୋରାପୁଟରୁ ୪୬, ଅନୁଗୁଳରୁ ୪୪, ଗଜପତିରୁ ୩୮, କେନ୍ଦ୍ରାପଡାରୁ ୩୪, ମୟୂରଭଂଜରୁ ୩୧, ସମ୍ବଲପୁରରୁ ୨୯, ଗଞ୍ଜାମରୁ ୨୬, ବୌଦ୍ଧରୁ ୨୩, ବାଲେଶ୍ୱରରୁ ୨୨, ନୟାଗଡରୁ ୨୧, କେନ୍ଦୁଝରରୁ ୨୦, ରାୟଗଡାରୁ ୧୮, ସୋନପୁରରୁ ୧୮, ଭଦ୍ରକରୁ ୧୬, ଦେବଗଡରୁ ୧୭, ଢେଙ୍କାନାଳରୁ ୧୫, ବରଗଡରୁ ୧୩, ପୁରୀରୁ ୧୩, କଳାହାଣ୍ଡିରୁ ୧୦, ନୂଆପଡାରୁ ୮, ନବରଂଗପୁରରୁ ୬, ମାଲକାନଗିରିରୁ ୬, କନ୍ଧମାଳରୁ ୫, ବଲାଙ୍ଗିରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲ୍‌ରୁ ୨୪ ମାମଲା ଆସିଛି । ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦୨୭୧ ରହିଛି ।