ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ, ପ୍ରଥମେ ଟି-୨୦ ଖେଳାଯିବ | News Room Odisha

ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ, ପ୍ରଥମେ ଟି-୨୦ ଖେଳାଯିବ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ବଦଳିଛି | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ ମଧ୍ୟରେ ପ୍ରଥମେ ଫେବୃଆରୀ ୨୫ରୁ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ ଏବଂ ଏହା ଫେବୃଆରୀ ୨୪ରୁ ଆରମ୍ଭ ହେବ ।

ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ଫେବୃଆରୀରେ ଲକ୍ଷ୍ନୌରେ ଖେଳାଯିବ | ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ୨୬ ଏବଂ ୨୭ ଫେବୃଆରୀରେ ଧର୍ମଶାଳରେ ଅନୁଷ୍ଠିତ ହେବ | ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଟି-୨୦ ସିରିଜ୍ ମାର୍ଚ୍ଚ ୧୩ରୁ ଆରମ୍ଭ ହେବାର ଥିଲା |

ଟି-୨୦ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ। ଟେଷ୍ଟ୍ ସିରିଜ୍ କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ରୁ ମୋହାଲିରେ ଖେଳାଯିବ | ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ | ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ରୁ ଖେଳାଯିବାର ଥିଲା |

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ କରାଯିବା ସମ୍ଭାବନା ରହିଛି ।