କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ, ଆଖିବୁଜିଲେ ସରପଞ୍ଚ ପ୍ରାର୍ଥୀ | News Room Odisha

କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ, ଆଖିବୁଜିଲେ ସରପଞ୍ଚ ପ୍ରାର୍ଥୀ

ବରଗଡ଼: ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ଅକସ୍ମାତ ମୃତ୍ୟୁ । ଫଳରେ ଉକ୍ତ ପଞ୍ଚାୟତରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ପ୍ରାର୍ଥୀଙ୍କ ହଠାତ୍‌ ଦେହ ଅସୁସ୍ଥ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ପ୍ରାର୍ଥୀ ହେଉଛନ୍ତି ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ(୪୦) । ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ସରପଞ୍ଚ ଭୋଟକୁ ବାତିଲ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ ମାଛ ଚିହ୍ନରେ ଛିଡ଼ା ହୋଇଥିଲେ । ମାତ୍ର ହଠାତ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଜି ତାଙ୍କ ମୃତଦେହ ଗାଁ କୁ ଅଣାଯାଇଛି । ମୃତ୍ୟୁ ପରେ କେଲେଣ୍ଡାପାଲି ସରପଞ୍ଚ ନିର୍ବାଚନ ବାତିଲ କରାଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।