କୋରୋନାର ନିମ୍ନଗତି ଜାରି, ଦିନକରେ ଚିହ୍ନଟ ହେଲେ ୮୮୬ ଆକ୍ରାନ୍ତ | News Room Odisha

କୋରୋନାର ନିମ୍ନଗତି ଜାରି, ଦିନକରେ ଚିହ୍ନଟ ହେଲେ ୮୮୬ ଆକ୍ରାନ୍ତ

ଭୁବନେଶ୍ୱର –ରାଜ୍ୟରେ କୋରୋନାର ନିମ୍ନଗତି ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୮୮୬ ଆକ୍ରାନ୍ତ । ସଙ୍ଗରୋଧରୁ ୫୧୬ ଓ ସ୍ଥାନୀୟ ଅଂଚଳରୁ ୩୭୦ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୯ ଜଣ ଶିଶୁ ଓ କିଶୋର ଅଛନ୍ତି ।

ସମ୍ବଲପୁରରୁ ୧୭୯, ଖୋର୍ଦ୍ଧା ଜିଲ୍ଲାରୁ ୮୬, ସୁନ୍ଦରଗଡରୁ ୭୯, କୋରାପୁଟରୁ ୬୬, କଟକରୁ ୪୦, ବାଲେଶ୍ୱରରୁ ୩୬, ଯାଜପୁରରୁ ୩୨, କନ୍ଧମାଳରୁ ୨୫, ସୋନପୁରରୁ ୨୫, ଗଜପତି ୨୩, ମୟୂରଭଞ୍ଜରୁ ୨୩, ରାୟଗଡାରୁ ୨୨, ନୟାଗଡରୁ ୨୦, ନୂଆପଡାରୁ ୧୯, ଝାରସୁଗୁଡାରୁ ୨୦, କେନ୍ଦ୍ରାପଡାରୁ ୧୮, ଗଂଜାମରୁ ୧୬, ଦେବଗଡରୁ ୧୫, ଜଗତସିଂହପୁରରୁ ୧୪, ଅନୁ ଗୁଳରୁ ୧୪, ବଲାଂଗୀରରୁ ୧୩, ନବରଂଗପୁରରୁ ୧୩, କଳାହାଂଡିରୁ ୧୨, ଭଦ୍ରକରୁ ୧୧, ଢେଙ୍କାନାଳରୁ ୧୦, କେନ୍ଦୁଝରରୁ ୧୦, ବରଗଡରୁ ୧୦, ପୁରୀରୁ ୮, ବୌଦ୍ଧରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏବେ ସକ୍ରିୟ ମାମଲା ସଂଖ୍ୟା ୮୮୬୪କୁ ବୃଦ୍ଧି ପାଇଛି ।

COVID-19